ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଶପଥ ନେଇଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ । ପଦ୍ମପୁର ଉପନିର୍ବାଚନରେ ୪୨ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବର୍ଷା । ଦବଗଂତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ଏବଂ ବିଜେପି ନେତା ରମାରଞ୍ଜନ ବଳିଆର ସିଂଙ୍କର ବୋହୂ ହେଉଛନ୍ତି ବର୍ଷା ସିଂ ବରିହା । ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବର୍ଷା ।

LEAVE A REPLY

Please enter your comment!
Please enter your name here