ଭୁବନେଶ୍ୱରରେ ମଶା ମାରିବ ଡ୍ରୋନ୍ । ଭୁବନେଶ୍ୱରରେ ମଶା ଉପଦ୍ରବକୁ ଦମନ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହେଉଛି ଆକ୍ସନ ପ୍ଲାନ୍ । ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ । ଗାଡି ଯାଇପାରୁନଥିବା ଅବ୍ୟବହୃତ ଅଞ୍ଚଳରେ ମଶାକୁ ଦମନ କରିବା ପାଇଁ ଡ୍ରୋନ୍ ବ୍ୟବହାର କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଏଥିସହ ମଶାଧୂଆଁ ଗାଡି ସଂଖ୍ୟା ବଢାଯିବ । ଅଧିକା ମଶା ବଂଶ ବୃଦ୍ଧି ପାଉଥିବା ଅଞ୍ଚଳରେ ଟେକ୍ନିକାଲ ଟିମ୍ ସର୍ଭେ କରିବେ । ଘାସ ଓ ବୂଦା କାଟିବା ପାଇଁ ଅଧିକ ଟିମ୍ ବଢାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here