ଭୁୁବନେଶ୍ୱର: ପୁରିଲା ମହଲତ । କାଲିଠାରୁ ଲାଗିବ କଡା ଟ୍ରାଫିକ ନିୟମ । ଆକ୍ସନ ମୋଡକୁ ଆସିବେ ପୋଲିସ ଏବଂ ପରିବହନ ବିଭାଗ । କଡାକଡି ହେବ ଟ୍ରାଫିକ ଚେକିଂ । ଆଉ ବଢିବ ନାହିଁ ଡେଡଲାଇନ୍ । । ଏହାକୁ ନେଇ ବଢି ଯାଇଛି ଜନତାଙ୍କ ମୁଣ୍ଡ ବିନ୍ଧା । ନୂଆ ଆଇନ ଅନୁଯାୟୀ ଜରିମାନା ଆଦାୟ କଡାକଡି ହେବ ବୋଲି ମନ୍ତ୍ରୀ କହିଛନ୍ତି । ଦୀର୍ଘ ୬ ମାସର କଣ୍ଟ ସରିଯାଇଛି । ଗାଡି କାଗଜ ପତ୍ର ଠିକ ନ ଥିଲେ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା ରାଶି । ଶେଷ ମୁହୁର୍ତ୍ତରେ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତତ୍ପରତା । ଏଥିପାଇଁ ସାରାରାଜ୍ୟର ଆରଟିଓ ଅଫିସ ସମ୍ମୁଖରେ ଲାଗିରହିଛି ଭିଡ । ନିଜର ଗାଡି କାଗଜ ପତ୍ର ଠିକ କରାଇବା ପାଇଁ ଆରଟିଓ ଅଫିସରେ ଧାଡି ବାନ୍ଧି ଠିଆ ହୋଇଛନ୍ତି ଗାଡି ଚାଳକ । ଗତ ଡିସେମ୍ବରରେ କାଗଜ ପତ୍ର ସଜାଡିପାଇଁ ସରକାର ଗାଡି ଚାଳକଙ୍କୁ ମାର୍ଚ୍ଚ ଯାଏ ୩ ମାସ ପାଇଁ ମହଲତ ଦେଇଥିଲେ ।
ଆସନ୍ତୁ ଜାଣି ରଖିବା କେଉଁ ନିୟମ ଉଲ୍ଲଂଘନ କଲେ କେତେ ଜରିମାନା ଭରିବାକୁ ପଡିବ ଆପଣଙ୍କୁ

ଗାଡି ଚାଳନା ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା – ୫ଶହ ଟଙ୍କା
ଗାଡିର ଲାଇସେନ୍ସ ନ ଥିଲେ – ୫ହଜାର ଟଙ୍କା
ଗାଡିର ଇନସ୍ୟୁରାନ୍ସ ନ ଥିଲେ – ୨ ହଜାର ଟଙ୍କା
ନାବାଳକ ଗାଡି ଚଳାଇଲେ – ୨୫ ହଜାର ଟଙ୍କା
ବାଇକରେ ୨ରୁ ଅଧିକ ଯାତାୟତ – ୧ ହଜାର ଟଙ୍କା
ହେଲମେଟ ପିନ୍ଧି ନ ଥିଲେ – ୧ ହଜାର ଟଙ୍କା
ମଦପିଇ ଗାଡି ଚାଳନା – ୧୦ ହଜାର ଟଙ୍କା ଓ ରିରଫ
ଦ୍ରୁତ ଗତିରେ ବାଇକ ଚାଳନା – ୨ ହଜାର ଟଙ୍କା
ଦ୍ରୁତ ଗତିରେ କାର୍ ଚାଳନା – ୪ ହଜାର ଟଙ୍କା
ବେପରୁଆ ଗାଡି ଚାଳନା – ୫ ହଜାର ଟଙ୍କା
ମୋବାଇଲରେ କଥା ହୋଇ ଗାଡି ଚଳାଇଲେ – ୫ ହଜାର ଟଙ୍କା
ଟ୍ରାଫିକ ରେଡ ଲାଇଟର ଅବଜ୍ଞା – ୫ ହଜାର ଟଙ୍କା
ରଙ୍ଗରୁଟରେ ଗାଡି ଚାଳନା – ୫ ହଜାର ଟଙ୍କା
ଦୁର୍ଘଟଣା ଘଟାଇଲେ – ୫ ହଜାର ଟଙ୍କା
ପ୍ରଦୁଷଣ ସାର୍ଟିଫିକେଟ ନ ଥିଲେ – ୧୦ ହଜାର ଟଙ୍କା
କାର୍‌ର ସିଟ ବେଲ୍ଟ ନ ବାନ୍ଧିଲେ – ୧ ହଜାର ଟଙ୍କା
ଗାଡି ରେଜିଷ୍ଟ୍ରସନ ନ ଥିଲେ – ୫ ହଜାର ଟଙ୍କା
ମାଲଗାଡିରେ ଯାତ୍ରୀ ପରିବହନ – ୫ ହଜାର ଟଙ୍କା
ବିନା ପରମିଟରେ ଗାଡି ଚଳାଇଲେ – ୧୦ହଜାର ଟଙ୍କା

LEAVE A REPLY

Please enter your comment!
Please enter your name here