ବିଜେଡି ବିଧାୟକ ଡା. ଦାମୋଦର ରାଉତ ଓମଫେଡ ଓ ଚାରା ଦୁର୍ନୀତି ନେଇ ଗୁମର ଖୋଲିବା ପରେ ଏବେ ଗୃହରେ ତାତି ଦେଖିବାକୁ ମିଳିଛି । ପ୍ରଶ୍ନୋତ୍ତର କାଳରେ ଚାରା ଦୁର୍ନୀତିକୁ ନେଇ ଉଭୟ ବିରୋଧି କଂଗ୍ରେସ ଓ ବିଜେପି ସରକାରଙ୍କୁ ଘେରିଛନ୍ତି । ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ବିରୋଧିଙ୍କ ହଟଗୋଳ ଯୋଗୁ ଗୃହ ଅଚଳ ହୋଇପଡିଥିଲା ।
ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନରେ ବି ପ୍ରଶ୍ନକାଳ ସ୍ୱାଭାବିକ ହୋଇପାରିନାହିଁ । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀମାନେ ଓମଫେଡ ଓ ଚାରା ଦୁର୍ନୀତି ନେଇ ନାରାବାଜି ଆରମ୍ଭ କରିଦେଇଥିଲେ । ଦାମଙ୍କ ଚାରା ଘୋଟାଲା ପ୍ରସଙ୍ଗରେ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିଲା କଂଗ୍ରେସ । ବାଚସ୍ପତିଙ୍କ ପୋଡିୟମ ତଳକୁ ଯାଇ ହଙ୍ଗାମା କରିଥିଲେ ବିରୋଧି । ଫଳରେ ଗୃହ ଚଳାଇବା କଷ୍ଟକର ହୋଇପଡିବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ପୂର୍ବାହ୍ନ ୧୧ଟା୩୦ ପଯ୍ୟନ୍ତ ସ୍ଥଗିତ ରଖିଥିଲେ । ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଶୂନ୍ୟକାଳରେ ବି ବିରୋଧି ହଟ୍ଟଗୋଳ କରିଥିଲେ । ଏହାପରେ ପୁଣି ଥରେ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

LEAVE A REPLY

Please enter your comment!
Please enter your name here