ହିମାଞ୍ଚଳ ପ୍ରଦେଶର କାଙ୍ଗଡ଼ାରେ ବାୟୁସେନାର ମିଗ୍ 21 ବିମାନ ଗଛରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା. ଏହି ଫାଇଟର ଜେଟ୍ ଟି ପଠାନକୋଟ୍ ରୁ ଉଡ଼ାଣ ଆରମ୍ଭ କରିଥିଲା. ବିମାନରେ ଜଣେ ପାଇଲଟ ଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି. ମାତ୍ର ଏପର୍ଯ୍ୟନ୍ତ ପାଇଲଟର ପତ୍ତା ମିଳିନାହିଁ. ସର୍ଚ ଅପରେସନ ଜାରି ରହିଛି.  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବିମାନଟିରେ ପ୍ରଥମେ ନିଆଁ ଲାଗିଥିଲା , ଏହାପରେ ବିମାନଟି ଏକ ଗଛରେ ପିଟି ହୋଇ ଖୋଲା କ୍ଷେତରେ ଖସିପଡିଥିଲା. ଦୁର୍ଘଟଣାର କାରଣ ଏବେ ବି ଅସ୍ପଷ୍ଟ.

 

LEAVE A REPLY

Please enter your comment!
Please enter your name here