କୋଭିଡ ସଙ୍କ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ କଡା କଟକଣା । ୫ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । କୋଭିଡ କଟକଣା କଡାକଡି କଲେ କେନ୍ଦ୍ର ସରକାର । କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ । ଚୀନ, ଜାପାନ, ଦକ୍ଷିଣକୋରିଆ , ହଂକଂ , ଥାଇଲାଣ୍ଡରୁ ଆସିଲେ ଟେଷ୍ଟ ବାଧ୍ୟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା । ସଂପୃକ୍ତ ଦେଶରୁ ଆସୁଥିବା ଲୋକଙ୍କ ଲକ୍ଷଣ ଥିଲେ କ୍ୱାରେଣ୍ଟିନରେ ରଖାଯିବ । ଲକ୍ଷଣ ଥିଲେ ବା ଟେଷ୍ଟ ପଜିଟିଭ୍ ଆସିଲେ କ୍ୱାରେଣ୍ଟିନରେ ରଖାଯିବ । ସଂପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ, ‘ଏୟାର ସୁବିଧା’ ଫର୍ମ ପୂରଣ କରିବେ । ଏୟାର ସୁବିଧା ଫର୍ମ ଜରିଆରେ ନିଜ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେବେ ।

LEAVE A REPLY

Please enter your comment!
Please enter your name here