ଭୁବନେଶ୍ୱରର ପଟିଆରେ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣେ ଛାତ୍ରୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିଲା ଖଣ୍ଡଯୁଦ୍ଧ । ବିଶ୍ୱବିଦ୍ୟାଳୟର ଆଇନ ଛାତ୍ରୀଙ୍କୁ ଇଂଜିନିୟରି ବିଭାଗର ଜଣେ ଛାତ୍ର କମେଣ୍ଟ ମାରିଥିଲେ । ଏହାକୁ ନେଇ ଦୁଇ ବିଭାଗ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶନିବାର ଅପରାହ୍ନରେ ଆଇନ ବିଭାଗର ଛାତ୍ରମାନେ ଠେଙ୍ଗାବାଡି ଧରି ଇଂଜିନିୟରି ବିଭାଗ ମଧ୍ୟରେ ପ୍ରବେଶ କରିଥିଲେ । ତା ପରେ ବିଶ୍ୱବିଦ୍ୟାଳୟ ପରିସର ଦୁଇ ଛାତ୍ରଗୋଷ୍ଠୀ ସଂଘର୍ଷକୁ ନେଇ ରକ୍ତାକ୍ତ ହୋଇଥିଲା । ଉଭୟ ବିଭାଗର ବହୁ ଛାତ୍ର ସଂଘର୍ଷରେ ଆହତ ହୋଇଥିବା ଜଣାପଡିଛି । ଉତ୍ତକ୍ତ୍ୟ ଛାତ୍ରମାନେ ଭଙ୍ଗାରୁଜା କରିବା ସହ ପରସ୍ପର ଉପରେ ଏଭଳି ମରଣାନ୍ତକ ଆକ୍ରମଣ କରିଥିଲେ ଯେ, ବହୁ ଗୁରୁତର ଛାତ୍ରକୁ କିମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here