ମହିଳା କ୍ରିକେଟିୟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ତାଙ୍କ ସ୍କୁଟି ଡିକିରୁ ଏକ ହାତ ଲେଖା ଚିଠି ମିଳିବା ପରେ ତଦନ୍ତର ଦିଗ ଓସିଏ ଆଡକୁ ଅଙ୍ଗୁଳି ଦେଖାଇଛି । ତେବେ ମିଳିଥିବା ଚିଠି ରାଜଶ୍ରୀଙ୍କ ହାତଲେଖା କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଜବତ ଚିଠିର ହାତଲେଖା ଜାଣିବା ପାଇଁ ଫରେନସିକ୍ ଲାବକୁ ପଠାଇଛି । ଅନ୍ୟପକ୍ଷରେ ଜବତ ଚିଠିକେ ଥିବା ହାତଲେଖା ତାଙ୍କ ଝିଅର ନୁହେଁ ବୋଲି ରାଜଶ୍ରୀଙ୍କ ମାଆ କହିଛନ୍ତି ।
ସୂଚନାଯୋଗ୍ୟ, ଗତ 11 ତାରିଖରୁ ନିଖୋଜ ଥିବା ରାଜଶ୍ରୀଙ୍କ ମୃତଦେହ 13 ତାରିଖରେ ଗୁରୁଡିଝାଟିଆ ରିଜର୍ଭ ଫରେଷ୍ଟରୁ ମିଳିଥିଲା । ରାଜଶ୍ରୀଙ୍କ ଡିକିରୁ ମିଳିଥିବା ଚିଠିରେ କୋଚ୍ ଏବଂ ଓସିଏର ଜଣେ ପୂର୍ବତନ ସଦସ୍ୟଙ୍କ ନାଁ ଥିବା କୁହାଯାଉଛି । ପୁଡୁଚେରୀରେ ଆରମ୍ଭ ହେବାକୁ ଥିବା ସିନିଅର ମହିଳା ଦିନିକିଆ ଟ୍ରଫି ପାଇଁ ତାଙ୍କୁ ଚୟନ କରାଯାଇ ନ ଥିବାରୁ ସେ ଅସନ୍ତୁଷ୍ଟ ଥିଲେ ଏବଂ ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ତାଙ୍କ ଘର ଲୋକେ ସନ୍ଦେହ କରୁଛନ୍ତି । ମାତ୍ର ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ ବୋଲି ଓସିଏ କହିଛି ।

LEAVE A REPLY

Please enter your comment!
Please enter your name here