ଏକାଠି ଜନ୍ମ ନେଇଥିଲେ , ଏକାଠି ଚାଲିଗଲେ । ସମାନ ଘଟଣାରେ ଆଖି ବୁଜିଲେ ଦୁଇ ଜାଆଁଳା ଭାଇ । ରାଜସ୍ଥାନ ବାଡମେର ଅଞ୍ଚଳର ୨୬ ବର୍ଷୀୟ ଜାଆଁଳା ଭାଇଙ୍କ ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚା । ତେବେ ଦୁଇ ଜାଆଁଳା ଭାଇ ଉଭୟଙ୍କ ଠାରୁ ୯୦୦ କିଲୋମିଟର ଦୂର ଅଲଗା ଅଲଗା ରାଜ୍ୟରେ ରହୁଥିଲେ । ଜଣେ ଭାଇ ଛାତରୁ ପଡି ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ଭାଇ ପାଣି ଟ୍ୟାଙ୍କରେ ଖସି ପଡି ଜୀବନ ହାରିଛନ୍ତି । ମୃତ ଦୁଇ ଭାଇ ହେଲେ ସୁମରେ, ସୋହନ । ଜଣେ ଭାଇ ଗୁଜରାଟର ଟେକ୍ସଟାଇଲ କମ୍ପାନୀରେ ଚାକିରୀ କରୁଥିବାବେଳେ ଅନ୍ୟଜଣେ ରାଜସ୍ଥାନରେ ଶିକ୍ଷକ ଥିଲେ । ଗୁରୁବାର ଭାଇ ସୁମରେ ମୋବାଇଲରେ କଥା ହେଉଥିବାବେଳେ ଛାତରୁ ପଡିଯାଇଥିଲେ । ଭାଇର ମୃତ୍ୟୁ ଖବର ଶୁଣି ସୋହନ ସିଂ ଘରକୁ ଆସୁଥିବାବେଳେ ପାଣି ଟ୍ୟାଙ୍କରେ ପଡି ପ୍ରାଣ ହରାଇଥିଲେ । ଦୁଇ ଜଣଙ୍କର ଅନ୍ତିମ ସଂସ୍କାର ଏକାସହ ହୋଇଛି ।

LEAVE A REPLY

Please enter your comment!
Please enter your name here