୨୦୨୪ରେ ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେବା ପରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ନିର୍ବାଚନ ଲଢିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏ ବାବଦରେ ପାର୍ଟିକୁ ଅନୁରୋଧ କରିଛନ୍ତି । ତେବେ ଏବେ ପ୍ରଶ୍ନ ଉଠୁଛି ୨୦୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ଯଦି ଲଢିବେ ତେବେ କେଉଁ ଆସନରୁ ଲଢିବେ । ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ଆସନରୁ ଲଢିବା ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଧର୍ମେନ୍ଦ୍ର ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି ।

LEAVE A REPLY

Please enter your comment!
Please enter your name here