ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନାଁ ନ ନେଇ ତାଙ୍କୁ ମାରିବା ପାଇଁ ଦଳୀୟ ସଭାରେ ଖୋଲାଖୋଲି ଧମକ ଦେଇଥିଲେ ବିଜେଡି ନେତା ଅରୂପ ପଟ୍ଟନାୟକ । ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ ଠେଲାପେଲାକୁ ନେଇ ଅରୂପ ପଟ୍ଟନାୟକ ଦେଇଥିବା ମନ୍ତବ୍ୟର ତୀବ୍ର ପ୍ରତିବାଦ କରିଛି ବିଜେପି । ବିରୋଧୀ ଦଳ ନେତାଙ୍କୁ ମାରିବା ପାଇଁ ଏଭଳି ଧମକ ଦେବା ବିରୋଧରେ ପ୍ରତିବାଦ ଜଣାଇ ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ଏଥିସହିତ ରାଜଭବନରୁ ପଦଯାତ୍ରାରେ କ୍ୟାପିଟାଲ ଥାନା ଯାଇ ଅରୂପଙ୍କ ବିରୋଧରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here