ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଓଡିଆ ଡିଜିଟାଲ ନ୍ୟୁଜ ଚ୍ୟାନେଲ ତକ୍ଷକ ଟିଭି ଓ ଅଗ୍ରଣୀ ସଂଗଠନ ସଂଭାବନା ଆୟୋଜନ କରୁଛନ୍ତି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜଗନ୍ନାଥେ ହୋ.

ଭୁବନେଶ୍ବରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ.

ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା

ଏହି ପ୍ରତିଯୋଗିତାରେ 14ରୁ କମ ବୟସର ପିଲାମାନେ କନିଷ୍ଠ ବର୍ଗରେ ଏବଂ 15ରୁ 25 ପର୍ଯ୍ୟନ୍ତ ବୟସର ପିଲାମାନେ ବରିଷ୍ଠ ବର୍ଗରେ ଭାଗ ନେଇପାରିବେ.

କେବଳ ଶ୍ରୀଜଗନ୍ନାଥଙ୍କ ଭଜନ ଗାନ କରାଯାଇପାରିବ.

ପ୍ରତିଯୋଗିତା ପାଇଁ ପ୍ରବେଶିକା ଦେୟ ବାବଦରେ ଦୁଇଶହ ଟଙ୍କା ଦେବାକୁ ହେବ.

ଚିତ୍ରାଙ୍କନ ପ୍ରତିଯୋଗିତା

ଏହି ପ୍ରତିଯୋଗିତାରେ ଜୁନିଅର ଗ୍ରୁପରେ 10 ବର୍ଷ ପର୍ଯ୍ୟନ୍ତ ଏବଂ ସିନିଅର ଗ୍ରୁପରେ 11ରୁ 14 ବର୍ଷ ବୟସର ପିଲାମାନେ ଭାଗ ନେଇପାରିବେ l  ପ୍ରତିଯୋଗିତାର ବିଷୟବସ୍ତୁ ଏକ ଘଣ୍ଟା ପୂର୍ବରୁ ଜଣାଇ ଦିଆଯିବ.

ପ୍ରତିଯୋଗିତା ପାଇଁ ପ୍ରବେଶିକା ଦେୟ ଏକ ଶହ ଟଙ୍କା ଦେବାକୁ ହେବ.

କେମିତି ରେଜିଷ୍ଟ୍ରେସନ କରିବେ

ଆଗ୍ରହୀ ପ୍ରତିଯୋଗୀମାନେ ଜୁଲାଇ 13 ତାରିଖ ସୁଦ୍ଧା ନିଜର ନାମ, ଠିକଣା ଓ ମୋବାଇଲ ନମ୍ବର ସହ ‘ଜଗନ୍ନାଥେ ହୋ’ ପ୍ରତିଯୋଗିତାର ନାମ  ଭଜନ କିମ୍ବା ଚିତ୍ରାଙ୍କନ ଲେଖି ହ୍ବାଟ୍ସ ଆପ ନମ୍ବର 9337355196 କୁ ମେସେଜ କରନ୍ତୁ I  ଯେଉଁମାନେ ହ୍ବାଟସ ଆପରେ ନାମ ରେଜିଷ୍ଟ୍ରେସନ କରିବେ, ସେମାନେ ପ୍ରତିଯୋଗିତା ଦିନ ପ୍ରବେଶିକା ଦେୟ ଦେଇପାରିବେ.

ନଚେତ ‘ତକ୍ଷକ ଟିଭି’, ଏନ 5 – 428, (ଦ୍ବିତୀୟ ମହଲା), ଆଇଆରସି ଭିଲେଜ, ହୋଟେଲ ରିଚି ରିଜେନ୍ସି ପଛପଟ, ଭୁବନେଶ୍ବରକୁ ଆସି ଦିନ 11ଟାରୁ 5ଟା ମଧ୍ୟରେ ନାମ ପଂଜିକୃତ କରାଇପାରିବେ.

ପ୍ରତିଯୋଗିତାର ସ୍ଥାନ ଓ ସମୟ

ଜୁଲାଇ 14 ତାରିଖରେ ଚିତ୍ରାଙ୍କନ ଓ ଭଜନ ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହେବ. ସକାଳ 9 ଟାରୁ 10ଟା ନାମ ରେଜିଷ୍ଟ୍ରେସନ, ସକାଳ 10ଟାରେ ଚିତ୍ରାଙ୍କନ ଏବଂ 11ଟାରେ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହେବ.

LEAVE A REPLY

Please enter your comment!
Please enter your name here