ଓଁ ନମଃ ଶିବାୟରେ ସାରା ଦୁନିଆ ପ୍ରକମ୍ପିତ I ସର୍ବତ୍ର ଶିବଙ୍କ ଆରାଧନା I କ୍ଷୀର, ବେଲପତ୍ର, ଶ୍ରୀଫଳ ନୈବେଦ୍ୟ ଅର୍ପଣ କରି ଭକ୍ତ ଜଗତର ମଙ୍ଗଳ ପ୍ରାର୍ଥନା କରୁଛି I
ଆଜି ସବୁ ଶିବ ମନ୍ଦିରରେ ମହାଜାଗର ରୀତି ନୀତି ସହ ଅନୁଷ୍ଠିତ ହୋଇଯାଇଛି I ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ମହାଦେବଙ୍କ ଦର୍ଶନ ପାଇଁ ରାତି ଅଧରୁ ଧାଡି ଲଗାଇଥିଲେ I ହଜାର ହଜାର ଦର୍ଶକ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଦୀପ ଲଗାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I
ମହାଜାଗର ପର୍ବର ସବୁଠୁ ବଡ ନୀତି ହେଉଛି ମହାଦୀପ ଉଠିବା I ସନ୍ଧ୍ୟାରୁ ଭକ୍ତମାନେ ମନ୍ଦିର ବେଢାରେ ଦୀପ ଲଗେଇ ଶିବ ଆରାଧନା କରିଥାନ୍ତି I ଅପେକ୍ଷା କରିଥାନ୍ତି କେତେବେଳେ ମହାଦୀପ ପ୍ରଜ୍ୱଳିତ ହେବ I ମନ୍ଦିର ଶିଖରରେ ମହାଦୀପର ଶିଖା ଦେଖିବା ପରେ ମହାଦେବଙ୍କ ପ୍ରସାଦ ପାଇ ଉପବାସ ସମାପନ କରିଥାନ୍ତି I

LEAVE A REPLY

Please enter your comment!
Please enter your name here