ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (FDC) ଔଷଧ ନିର୍ମାଣ, ବିକ୍ରୟ ଏବଂ ବଣ୍ଟନକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଷେଧ କରାଯାଇଛି. FDC ର ୩୨୮ ପ୍ରକାରର ମେଡିସିନ୍ ସହ ଅନ୍ୟ ୬ ପ୍ରକାର ଔଷଧ ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି ମନ୍ତ୍ରାଳୟ. ଯାହାଫଳରେ ଏଫଡିସିର ନିର୍ମାତା ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ସୁରକ୍ଷିତ ଆଇନ୍ ଯୁଦ୍ଧରେ ପୂର୍ଣ୍ଣଛେଦ ପଡିଛି. ତେବେ ଏହାକୁ ନିଷେଧ କରିବା ପାଇଁ ମନ୍ତ୍ରାଳୟ 2016 ମସିହାରୁ ଉଦ୍ୟମ ଚଳାଇ ଆସୁଥିଲା.  ନିଷିଦ୍ଧ ହୋଇଥିବା ଔଷଧଗୁଡ଼ିକ ମଧ୍ୟରେ ରହିଛି ମୁଣ୍ଡ ଓ ଆଣ୍ଠୁ ଗଣ୍ଠି ବିନ୍ଧା ଟାବଲେଟ ‘ସାରିଡନ୍’, ଚର୍ମରୋଗ ଭଲହେବା ପାଇଁ ଟାବଲେଟ୍ ‘ପାଣ୍ଡ୍ରମ’ କମ୍ବିନେସନ୍ ଡାଇବେଟିସ୍ ଡ୍ରଗ୍ ‘ଗ୍ଲୁକୋନର୍ମ ପିଜି’, ଆଣ୍ଟିବାୟୋଟିକ୍ ‘ଲ୍ୟୁପିଡିକ୍ଲୋସ୍’ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ‘ଟ୍ୟାକ୍ସିମ୍ ଏଜେଡ୍’ ଆଦି ଲୋକପ୍ରିୟ ଔଷଧ. ମାର୍ଚ୍ଚ 10 ତାରିଖ 2016 ମସିହାରେ ସରକାର 344ଟି (FDC) ଔଷଧ ନିଷିଦ୍ଧ କରିଥିଲେ ଏବଂ ପରେ ସେହି ତାଲିକାରେ ଆଉ 5ଟି ଔଷଧକୁ ମିଶାଇଥିଲେ. କିନ୍ତୁ, ଉକ୍ତ ଔଷଧର ନିର୍ମାତା କମ୍ପାନୀମାନେ ଦେଶର ବିଭିନ୍ନ ହାଇକୋର୍ଟ, ଏବଂ ସୁପ୍ରିମ୍ କୋର୍ଟରେ ସରକାରଙ୍କ  ବିରୋଧରେ ମକଦ୍ଦମା ଦାଏର କରିଥିଲେ ଯାହାଫଳରେ ଡିସେମ୍ବର 15 ତାରିଖ 2017 ମସିହାରେ ସୁପ୍ରିମ୍ କୋର୍ଟ ‘ଡ୍ରଗ୍ସ୍ ଟେକ୍ନିକାଲ୍ ଆଡ୍ଭାଇଜରି ବୋର୍ଡ’କୁ (ଡିଟିଏବି) ଏହି ବିଷୟରେ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ. ‘ଡିଟିଏବି’ ରିପୋର୍ଟ ଅନୁସାରେ, ‘(FDC)ରେ ଏହି 328 ପ୍ରକାର ଉପାଦାନକୁ ଔଷଧରେ ଦେବାର କୌଣସି ଯଥାର୍ଥତା ନାହିଁ, ବରଂ ଏହା ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ. ପରେ ବୋର୍ଡ ଏସବୁକୁ ନିଷେଦ୍ଧ କରିବାକୁ ସୁପାରିସ କରିଥିଲା.

LEAVE A REPLY

Please enter your comment!
Please enter your name here