ଏଣିକି ପାଖରୁ କାଳିଆ ଦର୍ଶନ କଲେ କରିବାକୁ ପଡିବ ଟିକଟ । ଶ୍ରୀମନ୍ଦିର ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୁଣି ଆରମ୍ଭ ହୋଇଛି ପରୀକ୍ଷାନିରୀକ୍ଷା । ଧାଡି ଦର୍ଶନ ପରେ ଏବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଟିକଟ କରିବାକୁ ପଡିବ । ଉଭୟ ଅନଲାଇନ ଓ ଅଫଲାଇନରେ ଟିକଟ୍ ଉପଲବ୍ଧ ହେବ। ସୋମବାର ବସିଥିବା ଶ୍ରୀମନ୍ଦିର ପଚିଚାଳନା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ୬୦ ପ୍ରତିଶତ ଏବଂ ୩୫ ପ୍ରତିଶତ ଟିକେଟ୍ କାଉଣ୍ଟରରେ ମିଳିବ। ସେହିପରି ବାକି ୫ ପ୍ରତିଶତ ଦର୍ଶନୀ ଟିକେଟ୍ ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହିବ। ଶ୍ରୀଜୀଉଙ୍କ ଅବକାଶ, ବଲ୍ଲଭ ଓ ମଧ୍ୟାହ୍ନ ଧୂପ ପରେ ଟିକଟ୍ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ମନ୍ଦିରକୁ ଦାନରେ ମିଳିଥିବା ସୁନା ବ୍ୟାଙ୍କରେ ରଖାଯିବ । ପୂର୍ବରୁ ଲକରରେ ରଖିଲେ ଏହାର ସୁଧ ମିଳୁ ନ ଥିଲା। ମାତ୍ର ବ୍ୟାଙ୍କରେ ଗୋଲ୍ଡ ସ୍କିମରେ ସୁନା ରହିଲେ ୨.୫ ପ୍ରତିଶତ ସୁଧ ମିଳିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ପୂର୍ବରୁ ପାରମାଣିକ ଦର୍ଶନ ପାଇଁ ଯାତ୍ରୀଙ୍କୁ ଟିକଟ କିଣିବାକୁ ପଡୁଥିଲା. ଏବେ ପାରମାଣିକ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବା ବେଳେ ପୁଣି ନୂଆ ଭାବେ ଟିକଟ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି. ତେବେ କେବେଠୁ ଟିକଟ ଲାଗୁ ହେବ ଓ ଟିକଟର ମୂଲ୍ୟ କେତେ ରହିବ, ସେ ସମ୍ପର୍କରେ ପରବର୍ତ୍ତୀ ବୈଠକରେ ଏହି ନିଷ୍ପତି ନିଆଯିବ।

LEAVE A REPLY

Please enter your comment!
Please enter your name here