ଚୌକିଦାର ଚୌକି ଆହୁରି ମଜଭୁତ ହେବା ଦରକାର. ଚୌକିଦାର ଚୌକି ମଜଭୁତ ହେଲେ ଲୋକଙ୍କ ବିକାଶ ହୋଇପାରିବ. ପୂର୍ବରୁ ଦୀର୍ଘବର୍ଷ ଧରି କଂଗ୍ରେସ ସରକାର ଶାସନ କରୁଥିଲେ ମଧ୍ୟ ବିକାଶ ଅପହଞ୍ଚ ଥିଲା. ଯାହା ସତୁରୀ ବର୍ଷ ଭିତରେ ସମ୍ଭବ ହୋଇ ନଥିଲା, ସେସବୁ ଗତ ପାଞ୍ଚବର୍ଷ ଭିତରେ ହୋଇଛି. ଗାଁକୁ ବିଜୁଳି, ସବୁ ଘରେ ପାଇଖାନା, ରୋଷେଇ ଘରେ ଉଜାଲା ଭଳି ଏମିତି ଅନେକ ଯୋଜନା କେନ୍ଦ୍ର ସରକାର କରିଛନ୍ତି ବୋଲି କହି ଆଜି ଭବାନୀପାଟଣା ସମାବେଶରେ ଭୋଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି . କ୍ରିଷ୍ଣା ନଗର ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ମୋଦି କହିଥିଲେ, କଂଗ୍ରେସ ସରକାର ଥିବା ବେଳେ ରାଜୀବ ଗାନ୍ଧୀ କହୁଥିଲେ, ଲୋକଙ୍କ ବିକାଶ ପାଇଁ ଟଙ୍କାଟେ ପଠାଇଲେ ସେଥିରୁ ମାତ୍ର ୧୫ ପଇସା ଖର୍ଚ୍ଚ ହେଉଥିଲା. ମାତ୍ର ଏଭଳି ସମସ୍ୟାର ସମାଧାନ ସେ କେଲେନାହିଁ କାହିଁକି ବୋଲି ମୋଦୀ ପ୍ରଶ୍ନ କରିଥିଲେ. ସେହିପରି ୧୯ ବର୍ଷର ଶାସନରେ ଥିବା ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ କିଛି କରିନଥିବା ମୋଦି ଆକ୍ଷେପ କରିଛନ୍ତି । ଗତ ୫ ବର୍ଷରେ ଗୋଟିଏ ହେଲେ ଛୁଟି ନନେଇ ସେ କାମ କରିଛନ୍ତି ବୋଲି କହି ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ.
ଗତ ୫ବର୍ଷରେ ଓଡିଶାର ପ୍ରାୟ ୮ଲକ୍ଷ ଗରିବଙ୍କ ପରିବାରକୁ ଘର ମିଳିଛି, ୩ହଜାର ଗ୍ରାମକୁ ବିଜୁଳି ପହଁଚିଛି, ୨୪ଲକ୍ଷ ଘରୁ ଅନ୍ଧାର ଦୂର ହୋଇଛି, ରାଜ୍ୟର ୪୦ଲକ୍ଷ ଗରୀବ ଭଉଣୀଙ୍କୁ ମାଗଣା ଗ୍ୟାସ ମିଳିଛି, ଏକ କୋଟି ୪୦ଲକ୍ଷ ଲୋକଙ୍କ ବ୍ୟାଙ୍କରେ ଖାତା ଖୋଲାଯାଇଛି ଏବଂ ୫୦ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି ବୋଲି କହି ମୋଦି ଏହି କାମରେ ରାଜ୍ୟ ସରକାର ସହଯୋଗ କରୁନାହାଁନ୍ତି ବୋଲି କହିଥିଲେ. ବାଜପେୟୀଙ୍କ ସରକାରରେ ଆଦିବାସୀ ମନ୍ତ୍ରାଳୟ ଗଠନ କରାଯିବା ସହ ସ୍ୱତନ୍ତ୍ର ବଜେଟ ଉପସ୍ଥାପନ ହେଲା ବୋଲି ପ୍ରକାଶ କରି ମୋଦି କହିଛନ୍ତି, କେନ୍ଦ୍ର ଏବଂ ଓଡିଶାରେ ବିଜେପି ସରକାର ଆସିଲେ ଗରିବଙ୍କ ସ୍ଥିତିରେ ପରିବର୍ତନ ହେବ ।

LEAVE A REPLY

Please enter your comment!
Please enter your name here