ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଶେଷକରି ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଭଳି ଘଟଣାକୁ ନେଇ ବିରୋଧୀ ତୁମ୍ବିତୋଫାନ କରିବେ । ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି । ବିରୋଧୀ ବିଜେପି ଲଗାତର ସରକାରଙ୍କ ବିରୋଧରେ ଏହାକୁ ନେଇ ବିକ୍ଷୋଭ, ପ୍ରତିବାଦ ଜାରି ରଖିଥିବା ବେଳେ କଂଗ୍ରେସ ମଧ୍ୟ ବିଧାନସଭା ଅଧିବେସନରେ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି କହିଛି । ଅପରପକ୍ଷରେ ନବ ଦାସ ହତ୍ୟାକାଣ୍ଡ ସହ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଠେଲାପେଲା କରିବା ଏବଂ ମହିଳା ପୋଲିସ ଅଧିକାରୀ ଜଣକ ବିରୋଧୀ ଦଳ ନେତାଙ୍କୁ ମୁଥ ମାରିବା ଭଳି ଘଟଣାକୁ ନେଇ ଏଥରକ ଗୃହ ସରଗରମ ହେବ । ଉଭୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ବିଭିନ୍ନ ସ୍ପର୍ଷକାତର ପ୍ରସଙ୍ଗକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଆଜି ସବୁ ଦଳ ସେମାନଙ୍କ ବିଧାୟକ ଦଳ ବୈଠକରେ ମୁକାବିଲା ପାଇଁ ରଣନୀତି ସ୍ଥିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here