କଠୋର ହେଲା ଟ୍ରାଫିକ ନିୟମ । ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ବାତିଲ ହୋଇଯିବ ଲାଇସେନ୍ସ । ଏବେ ଆପଣ ପ୍ରଥମ ଥର ପାଇଁ ନିୟମ ଉଲ୍ଲଘଂନ କଲେ ବି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଯିବ । ୩ ମାସ ପାଇଁ ଅସ୍ଥାୟୀ ଭାବରେ ଲାଇସେନ୍ସ ରଦ୍ଦ କରିବା ପାଇଁ ରାଜ୍ୟର ସବୁ ପରିବହନ ଅଧିକାରୀ ଆରଟିଓଙ୍କ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ୮ଟି ନିୟମ ଭାଙ୍ଗିଲେ ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ । ହେଲମେଟ୍ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ ଏବଂ ଗାଡି ଚଲାଇବାବେଳେ ମୋବାଇଲ ଫୋନ ବ୍ୟବହାର କଲେ ଲାଇସେନ୍ସ ରଦ୍ଦ ହୋଇଯିବ । ସେହିପରି ମଦ ପିଇ ଗାଡି ଚଳାଇଲେ ଏବଂ ଅଧିକ ବେଗରେ ଗାଡି ଚଳାଇଲେ ମଧ୍ୟ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ ହେବ । ସେହିପରି ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ କିମ୍ବା ଅଧିକ ମାଲ୍ ପରିବହନ କଲେ , ଟ୍ରାଫିକ ପଏଣ୍ଟରେ ରେଡ ସିଗନାଲ ଭାଙ୍ଗିଲେ ଏବଂ ଭୁଲ ଦିଗରୁ ଗାଡି ଚଳାଇଲେ ଆପଣଙ୍କ ଲାଇସେନ୍ସ ରଦ୍ଦ ହୋଇଯିବ । ସୁପ୍ରିମକୋର୍ଟ କିମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଚିଠିରେ ଲେଖିଛନ୍ତି ପରିବହନ କମିଶନର । ଏହାକୁ କଡାକଡି ଭାବରେ ଲାଗୁ କରାଯିବ ।

LEAVE A REPLY

Please enter your comment!
Please enter your name here