ଉତ୍ତରପୂର୍ବ ରାଜ୍ୟର ତିନୋଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ ଆଗରେ ରହିଛି ।
60 ଆସନ ବିଶିଷ୍ଟ ନାଗାଲାଣ୍ଡରେ ବିଜେପି ମେଣ୍ଟ 39ଟି ଆସନରେ ଆଗୁଆ ରହିଛି ।
ସେହିପରି 60 ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ମେଣ୍ଟ ଯଦିଓ 33ଟି ଆସନରେ ଆଗୁଆ ରହିଛି, ତେବେ ଗତଥର ତୁଳନାରେ ମେଣ୍ଟକୁ ବଡ ଝଟକା ଲାଗିଛି । ଗତ ନିର୍ବାଚନ ତୁଳନାରେ 11 ଟି ଆସନରେ ପଛରେ ରହିଛି ବିଜେପି ମେଣ୍ଟ । ତ୍ରିପୁରାରେ ବାମପନ୍ଥୀ ମେଣ୍ଟ ସହ ବିଜେପି ମେଣ୍ଟର ତୀବ୍ର ପ୍ରତିଦ୍ବନ୍ଦିତା ହେଉଛି ।
60 ଆସନ ବିଶିଷ୍ଟ ମେଘାଳୟରେ ବିଜେପି ମାତ୍ର 3ଟି ଆଶନରେ ଆଗୁଆ ରହିଛି । ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର 31 ରହିଥିବା ବେଳେ କୌଣସି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବାର ଟ୍ରେଣ୍ଡ ନାହିଁ । ତେଣୁ ମେଘାଳୟରେ ଝୁଲା ବିଧାନସଭା ହେବା ସ୍ପଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here