ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ ପାଇଁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ନିର୍ବାଚନ କମିଶନର ଭଳି ଦେଶର ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ଦାୟିତ୍ବ ସଂପାଦନ କରିବେ, ସେଥିପାଇଁ ଏକ କମିଟି ଗଠନ କରାଯିବ । କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତି ସଦସ୍ୟ ରହିବେ । ଏହି କମିଟିର ପରାମର୍ଶକ୍ରମେ ରାଷ୍ଟ୍ରପତି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବେ । କମିଶନଙ୍କ ସମସ୍ତ ସଦସ୍ୟ ଏହି କମିଟି ପରାମର୍ଶ ଆଧାରରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ନିର୍ବାଚନ କମିଶନର ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ଗ୍ରହଣ ପାଇଁ ଏକ ପିଟିସନର ବିଚାର କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନିର୍ବାଚନରେ ସ୍ବଚ୍ଛତା ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ କେ.ଏମ. ଜୋସେଫଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ବେଞ୍ଚ ଏହି ମାମଲାରେ ଶୁଣାଣୀ କରିଥିଲେ ।

LEAVE A REPLY

Please enter your comment!
Please enter your name here