ଓସ୍କାରରେ ଭାରତର ଡବଲ ଧମାକା । ଫିଲ୍ମ ଆରଆରଆର ର ନାଟୁ ନାଟୁ କୁ ମିଳିଲା ଓସ୍କାର ଆୱାର୍ଡ । ବେଷ୍ଟ ଅରିଜିନାଲ ସଙ୍ଗ କାଟାଗୋରୀରେ ଜିତିଲା ଓସ୍କାର । ୨୦୨୨ ର ହିଟ୍ ଟ୍ରାକ୍ ଭିତରୁ ଗୋଟିଏ ହେଉଛି ନାଟୁ ନାଟୁ ସଙ୍ଗ । ତେଲୁଗୁ ଭର୍ସନରେ ଏହାକୁ କମ୍ପୋଜ କରିଛନ୍ତି ଭେଟେରାନ ମ୍ୟୁଜିକ୍ ଡାଇରେକ୍ଟର ଏମ ଏମ କିରଭାନୀ । ନାଟୁ ନାଟୁ ଗୀତକୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ, ନିର୍ଦ୍ଦେଶକ ଓ ପୁରା ଟିମ୍‌କୁ ଶୁଭକାମନା ଜମାଇଛନ୍ତି। ଭାରତୀୟ ଫିଲ୍ମର ପ୍ରଥମ ଓରିଜିନାଲ ଗୀତ ଭାବେ RRR ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାର ମିଳିଥିବାରୁ ଏହା ଏକ ଗର୍ବର ମୁହୁର୍ତ୍ତ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here