କଂଗ୍ରେସ ଛାଡିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ଯେ, ମୁଁ ଦଳରେ ଅଛି ଦଳ ପରିବର୍ତ୍ତନର ଚର୍ଚ୍ଚା ବହୁତ ଦିନ ହେଲଶ ଲାଗି ରହିଛି । କିନ୍ତୁ ମୁଁ କଂଗ୍ରେସରେ ରହିଛି । ଚିରଞ୍ଜୀବ ବିଶ୍ୱାଳ ଆହୁରୀ ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଭବନରେ ବସିଲେ ତ ଭୋଟ ଆସିବନି । ନିଜ ଏରିଆରୁ ହିଁ ଆସିବ । ୯ରୁ ୯୦ ମିଶନ ପାଇଁ ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବାକୁ ପଡିବ । ଅନ୍ୟ ଦଳରେ ଯୋଗଦେବା ଚର୍ଚ୍ଚା ନେଇ ମିଡିଆକୁ ଦୋଷ ଦେଲେ ।
ଅନ୍ୟପଟେ ଆଜି ଚିରଞ୍ଜୀବ ବିଶ୍ୱାଳକୁ ଭେଟିଛନ୍ତି ନୂଆ କରି ଦଳରେ ମିଶିଥିବା ବିଜୟ ପଟ୍ଟନାୟକ । ଚିରଞ୍ଜୀବଙ୍କ ଘରେ କଂଗ୍ରେସର ଗଠନକୁ ନେଇ ବହୁ ସମୟ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here