ରାତି ପାହିଲେ ପଖାଳ ଦିବସ । ଓଡିଆ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ପଖାଳ । ଶ୍ରୀଜଗନ୍ନାଥଙ୍କ ପାଖରେ ବି ଲାଗି ହୁଏ ପଖାଳ । ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପଖାଳ ଦିବସ ପାଳନ ହୋଇ ଆସୁଛି । ଏହି ଦିନ ଘରେ ହେଉ କିମ୍ବା ହୋଟେଲ ହେଉ ପଖାଳର ଚାହିଦା ବେଶ୍ ଥାଏ । ଦହି ପଖାଳ ସାଙ୍ଗକୁ ୬ ତିଅଣ ୯ ଭଜା କରି ଲୋକମାନେ ପଖାଳ ଦିବସକୁ ମନେଇଥାନ୍ତି । କି ଧନୀ କି ଗରିବ କାଲି ଘରେ ଘରେ ମହକିଯିବ ପଖାଳ । ରାଜଧାନୀର ବିଭିନ୍ନ ହୋଟେଲ , ରେଷ୍ଟୁରାଣ୍ଟରେ ବ୍ୟାପକ ଆୟୋଜନ କରାଯାଇଛି । ଗ୍ରାହକଙ୍କ ଚାହିଦାକୁ ଦେଖି ପଖାଳ କଂସା ପ୍ରସ୍ତୁତ ରଖାଯାଇଛି । ତେବେ ଏଥର ପଖାଳ ଦିବସ ସୋମବାର ପଡୁଥିବାରୁ ଆମିଷ ଖାଇ ଆଜି କିଛି ଲୋକ ପଖାଳ ଦିବସ ପାଳିଛନ୍ତି ।

LEAVE A REPLY

Please enter your comment!
Please enter your name here