ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ବିଧାୟକ ସୁଶାନ୍ତ ସିଂଙ୍କ ହାତ ! ଏମିତି ଆରୋପ ଲଗାଇ ଆଜି ଛାତ୍ର କଂଗ୍ରେସ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନ ଘେରାଉ କରିଛି । ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଆଜି ସୁଶାନ୍ତଙ୍କ ବାସଭବନ ଘେରାଉ କରିବା ସହ ଘର ଉପରକୁ ଟମାଟୋ ମାଡ କରିଥିଲେ । ପୋଲିସ ସହ ଧସ୍ତାଧସ୍ତି ହେବା ସହ ଛାତ୍ର କଂଗ୍ରେସ କର୍ମୀମାନେ ନବ ଦାସ ହତ୍ୟାକାଣ୍ଡ ମାମଲାରେ ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି । ଉଭୟ ନବଦାସ ଓ ସୁଶାନ୍ତ ସିଂ ଗୋଟିଏ ଦଳର ହେଲେ ମଧ୍ୟ ଉଭୟଙ୍କ ଭିତରେ ରାଜନୈତିକ ଶତ୍ରୁତା ଲାଗି ରହିଥିଲା । ତେଣୁ ନବ ଦାସଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁଶାନ୍ତ ଗୋଟି ଚଳାଇଥିଲେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏପର୍ଯ୍ୟନ୍ତ ନବ ଦାସଙ୍କୁ କେଉଁ କାରଣ ପାଇଁ ପୋଲିସ ଅଧିକାରୀ ଗୁଳି ଚଳାଇଲେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ବିରୋଧୀ ସୁଶାନ୍ତଙ୍କ ଆଡକୁ ଅଙ୍ଗୁଳି ଦେଖାଇଛନ୍ତି । ସୁଶାନ୍ତଙ୍କ ମୋବାଇଲ ଜବତ କରି ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି । ସୁଶାନ୍ତ ସିଂଙ୍କୁ ସୁରକ୍ଷା ଦେବା ପାଇଁ ସରକାର ନବ ଦାସ ହତ୍ୟାକାଣ୍ଡର ଅସଲ ରହସ୍ୟ ଖୋଲିବାକୁ ଚାହୁଁନାହାନ୍ତି ବୋଲି ବିରୋଧୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here