ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଡିବ ପଶ୍ଚିମା ଝଡର ପ୍ରଭାବ । ବିଜୁଳି , ଘଡଘଡି ସହିତ ବର୍ଷା ହେବ । ଏହା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ୨୭ ତାରିଖରୁ ବର୍ଷାର ବିସ୍ତ୍ରୃତି ବୃଦ୍ଧି ପାଇବ । ୨୭ରେ ୧୧ ଉପକୂଳ ଜିଲ୍ଲା ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲା ମଧ୍ୟ ପ୍ରଭାବିତ ହେବେ । ବିଜୁଳି , ଘଡଘଡି ସହିତ ବର୍ଷା , ପବନ ଜାରି ରହିବ । ୨୬ ତାରିଖ ପାଇଁ ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ଜିଲ୍ଲାକୁ ବିଜୁଳି , ଘଡଘଡି ସହିତ ବର୍ଷା ନେଇ ଚେତାବନୀ ଜାରି ହୋଇଛି । ସେହିଭଳି ୨୭ ତାରିଖରେ ୧୯ ଜିଲ୍ଲାକୁ ବିଜୁଳି , ଘଡଘଡି ସହିତ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here