ଗତକାଲି ସୁରତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ପରେ କୋର୍ଟଙ୍କ ରାୟ ପରେ ସଙ୍କଟରେ ରାହୁଲଙ୍କ ସାଂସଦ ପଦ । ଏପରିକି ଆଗାମୀ ନିର୍ବାଚନରେ ଲଢିବା ନେଇକି ବି ଆଶଙ୍କା ଦେଖାଦେଇଛି । ଏନେଇ ଆଜି କଂଗ୍ରେସର ଜରୁରୀ ବୈଠକ । ନୂଆ ଦିଲ୍ଲୀ ସ୍ଥିିତ କଂଗ୍ରେସ ମୁଖ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ଦଳର ବରିଷ୍ଠ ପଦାଧିକାରୀ ଯୋଗଦେବେ । ଷ୍ଟିୟରିଂ କମିଟି ସଦସ୍ୟ , ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତାମାନେ ଯୋଗ ଦେବାକୁ କୁହାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଜରୁରୀ ବୈଠକର ଅଧ୍ୟକ୍ଷତା କରିବେ । ଗତକାଲି ମୋଦୀ ସାଙ୍ଗୀଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସୁରତ ଜିଲ୍ଲା କୋର୍ଟ । ତାଙ୍କୁ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇବା ସହିତ ୩୦ ଦିନ ପାଇଁ ଜାମିନ୍ ମଧ୍ୟ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here