ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶରୁ ଦେଶବ୍ୟାପୀ ପରିଚ୍ଛନ୍ନତା ଅଭିଯାନ ‘ସ୍ୱଚ୍ଛତା ହିଁ ସେବା’ ମିଶନର ଶୁଭାରମ୍ଭ କରିଛନ୍ତି. ଏହି ସ୍ୱଚ୍ଛତା ମାଧ୍ୟମରେ ଦେଶର ତିନିଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯାଇପାରିବ. କେବଳ ଶୈାଚାଳୟ ନିର୍ମାଣ  କରିଦେଲେ ଯେ ସ୍ୱଚ୍ଛତା ହୋଇଯିବ ତାହା ନୁହେଁ ବରଂ ଏହି ସ୍ୱଚ୍ଛତା ହେଉଛି ଏକ ଅଭ୍ୟାସ ଯାହାକୁ ଆମେ ଦୈନଦିନର କାର୍ଯ୍ୟରେ ସାମିଲ କରିବା ନିହାତି ଦରକାର. ତେବେ ଶନିବାରଦିନ ମୋଦି ‘ସ୍ୱଚ୍ଛତା ହିଁ ସେବା’ର ଅଭିଯାନ ଆରମ୍ଭ କରିଛନ୍ତି. ମହାତ୍ମା ଗାନ୍ଧୀଙ୍କ  ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୂରଣ କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି ମୋଦି  ଭିଡିଓ କନଫରେନ୍ସିଂ ଜରିଆରେ ବାର୍ତ୍ତା ଦେଇଛନ୍ତି.

ତେବେ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସଂପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ଗତ ଚାରି ବର୍ଷ ମଧ୍ୟରେ ଦେଶବ୍ୟାପୀ 9 କୋଟି ପାଇଖାନା ନିର୍ମାଣ କରାଯାଇଛି.ଏବଂ ସେଥିମଧ୍ୟରୁ 90 ପ୍ରତିଶତ ଲୋକ ଏହାର ବ୍ୟବହାର ମଧ୍ୟ କରୁଛନ୍ତି. ଏହାଛଡା ଆଜି ଦେଶର ପ୍ରାୟ 450 ଜିଲ୍ଲା ବାହ୍ୟ ମଳମୁକ୍ତ ହୋଇ ପାରିଛି ଏବଂ ତା ସହ 20ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ବାହ୍ୟ ମଳ ମୁକ୍ତ ହୋଇ ପାରିଛି. ତେବେ ଏହି  ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବ.

ଅଭିଯାନ ପୂର୍ବରୁ ଏଥିରେ ଅଂଶଗ୍ରହଣ କରିବାକୁ ପ୍ରଧାମନ୍ତ୍ରୀ ସବୁବର୍ଗର ପ୍ରାୟ ଦୁଇ ହଜାର ନାଗରିକଙ୍କୁ ପତ୍ର ଲେଖିଥିଲେ. ଏହାଛଡା ମେହସନା, ଡିବ୍ରୁଗଡ଼, ମୁମ୍ବାଇ, କୋଏମ୍ବାଟୁର୍‌, ନୋଏଡ଼ା, ସିକିମ୍‌, ଦାନ୍ତେଓ୍ଵାଡ଼ା, ସାଲେମ୍‌, ଫତେପୁର, ପାଟନା, ସାହିବ, ରାଜଗଡ଼, ମାଉଣ୍ଟ୍‌ ଆବୁ, ଆଜ୍‌ମେର୍‌, ସିମ୍‌ଡେଗା, କୋଚି, ବେଙ୍ଗାଲୁରୁ, ବିଜ୍‌ନୋର୍‌ ଏବଂ ରେଓ୍ଵାରି ଆଦି 18ଟି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିବା ସହ ଲୋକମାନଙ୍କ ସହ ବାର୍ତ୍ତାଳାପ ମଧ୍ୟ କରିଥିଲେ.

LEAVE A REPLY

Please enter your comment!
Please enter your name here