ଆକାଶମାର୍ଗରୁ ମାଓବାଦୀ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଓଡିଶା ପୋଲିସ ଡ୍ରୋନର ସାହାରା ନେବ । ପ୍ରଥମ ପର୍ଯ୍ୟାୟରେ ୨ଟି ଡ୍ରୋନ ଓଡିଶାକୁ ଅଣାଯିବ । ଗୋଟିଏ ଡ୍ରୋନ ଗୁରୁପ୍ରିୟା ସେତୁ ଉପରେ ପଇଁତରା ମାରିବା ସହ ଅନ୍ୟ ଏକ ଭୁବନେଶ୍ୱରର ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ବୁଲିବ । ଏଥିଲାଗି ଏକ ବିଦେଶୀ କମ୍ପାନୀ ସହ ୧୫ଲକ୍ଷ ଟଙ୍କାର ଚୁକ୍ତି ହୋଇଥିବା ପୋଲିସ ଡିଜି. ଡା ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।
ଭୁବନେଶ୍ୱରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟ ବଢିବାରେ ଲାଗିଛି । ଲୁଟେରା ଏବଂ ଡକାୟତଙ୍କ ଉତ୍ପାତ ଜନସାଧାରଣଙ୍କୁ ଅସୁବିଧାରେ ପକାଉଛି । ସହରବାସୀଙ୍କୁ ସୁରକ୍ଷା ଯୋଗାଇଦେବା କମିଶନରେଟ ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ତେଣୁ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବା ଲାଗି ପୋଲିସ ଡ୍ରୋନର ସହାୟତା ନେବ ବୋଲି କୁହାଯାଇଛି ।
ଏହି ଦୁଇ ଡ୍ରୋନ ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ ରହିବ । କଣ୍ଟ୍ରୋଲ ରୁମ୍ ଜରିଆରେ ତୀକ୍ଷ୍ନ ନଜର ରଖାଯିବ । ଯଦି କୌଣସି ଅପରାଧିକ କାର୍ଯ୍ୟକଳାପର ସୁରାଗ ମିଳିବା ମାତ୍ରେ କଣ୍ଟ୍ରୋଲ ରୁମରେ ଥିବା ଅଫିସର ସୁରକ୍ଷା କର୍ମଚାରୀଙ୍କୁ ତୁରନ୍ତ ଖବର ଦେବେ ।
ଗତ ବୁଧବାର ଏନେଇ ଡିଜିପିଙ୍କ କ୍ୟାମ୍ପ ଅଫିସରେ ଡ୍ରୋନ କ୍ୟାମେରାକୁ ନେଇ ଏକ ବୈଠକ ବସିଥିଲା । ଏଥିରେ ଆଣ୍ଟି ଡ୍ରୋନ ସିଷ୍ଟମ ସମ୍ପର୍କରେ ଆଲୋଚନା କରାଯିବା ସହ ବିଭିନ୍ନ କମ୍ପାନୀ ଦ୍ୱାରା ନିର୍ମିତ ଡ୍ରୋନର ଡେମୋ ପ୍ରଦର୍ଶନ କରାଯାଇଥିଲା । ଏହାସହ ପୋଲିସର ବିନା ଅନୁମତିରେ କୌଣସି ସାଧାରଣ ଲୋକ ଡ୍ରୋନ କ୍ୟାମେରା ଉଡାଇପାରିବେ ନାହିଁ । ଖୁବଶୀଘ୍ର ଏହି ନିୟମ କାର୍ଯ୍ୟକାରୀ ହେବ ।

LEAVE A REPLY

Please enter your comment!
Please enter your name here