ଜାପାନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନ ଗସ୍ତର ତୃତୀୟ ଦିନରେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ନବୀନ ।
କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି କେନ୍ଦ୍ରାପଡା ଓ ଜଗତସିଂହପୁରରେ ଏଭଳି ଏକ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ସବୁ ପ୍ରକାର ଆନୁସାଙ୍ଗିକ ସୁବିଧା ରହିଥିବା ସୂଚନା ଦେଇଥିଲେ । ଏଥିସହ ପ୍ଲାଣ୍ଟ ନିର୍ମାଣ ହେଲେ ସେଥିରୁ ଉତ୍ପାଦନ ହେବାକୁ ଥିବା ଷ୍ଟିଲ ଉତ୍ପାଦ ରାଜ୍ୟର ବହୁ ଛୋଟ ବଡ କଳକାରଖାନା ପାଇଁ ଉପାଦେୟ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଯାଇଥିବା ଟିମରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରମୂଖ ଅଛନ୍ତି ।

LEAVE A REPLY

Please enter your comment!
Please enter your name here