ଶେଷରେ କର୍ଣ୍ଣାଟକ ରାଜନୀତି ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ ଟାଣିଲା କଂଗ୍ରେସ । ସସପେନ୍ସ ହଟିଲା । ଶିବକୁମାର ଓ ସିଦ୍ଧରମିୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଚାଲିଥିବା ଲଢେଇରେ କଂଗ୍ରେସ ନେତୃତ୍ବ ସିଦ୍ଧରମିୟାଙ୍କୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଛି । ଦୁଇ ନେତାଙ୍କ ସହ କଂଗ୍ରେସ ନେତୃତ୍ବ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାଡଗେ ପ୍ରମୁଖ ଆଲୋଚନା କରିବା ସହ ସମସ୍ତ ବିଧାୟକଙ୍କ ମତାମତ ନେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ସିଦ୍ଧରମିୟାଙ୍କୁ ସମର୍ଥନ ଓ ସହଯୋଗ କରିବା ପାଇଁ ଶିବକୁମାରଙ୍କୁ ବୁଝେଇଛନ୍ତି ।