ତଦନ୍ତ ଆଳରେ ଭୟ ସୃଷ୍ଟି କରନି । ଏମିତି କିଛି କରନି, ଯାହା ତମ କାର୍ଯ୍ୟକୁ ସନ୍ଦେହ ଘେରକୁ ଆଣିବ । ତଦନ୍ତକାରୀ ସଂସ୍ଥା ଇଡିକୁ ଏମିତି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ ।

ଛତିଶଗଡ ମଦ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ସଂପୃକ୍ତ କରିବା ପାଇଁ ଇଡି ବାବୁମାନେ ଜୋରଦାର ଉଦ୍ୟମ କରୁଥିବା ଛତିଶଗଡ ସରକାର ଅଭିଯୋଗ କରିଛନ୍ତି । ଏଥିପାଇଁ ଇଡି ଅଧିକାରୀମାନେ ଯେକୌଣସି ବାଟ ଆପଣେଇବାକୁ ପଛାଉ ନାହାଁନ୍ତି । ଏପରିକି ରାଜ୍ୟ ବହିଶୁଲକ ବିଭାଗର ଅଧିକାରୀମାନଙ୍କୁ ଗିରଫ କରିବା, ନିର୍ଯାତନା ଦେବା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିବା ପାଇଁ ଧମକ ଦେବା ଭଳି ଅଭିଯୋଗ ହୋଇଛି । ଛତିଶଗଡ ସରକାରଙ୍କ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ଇଡିର ତଦନ୍ତ ପ୍ରକ୍ରିୟାରେ କୋର୍ଟ ସନ୍ତୁଷ୍ଟ ନୁହଁନ୍ତି । ଇଡିକୁ ନିୟନ୍ତ୍ରଣ ଭିତରେ ରହି କାର୍ଯ୍ୟ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି ।
ଛତିଶଗଡ ସରକାରଙ୍କ ପକ୍ଷରୁ ଆଡଭୋକେଟ କପିଲ ସିବଲ କୋର୍ଟଙ୍କୁ ଜଣାଇଛନ୍ତି, ଇଡି ତଦନ୍ତ କରିବା ନାଁରେ ଅଧିକ ହିଂସ୍ର ହୋଇଉଠିଛି । ଛତିଶଗଡର ଅନେକ ଏକ୍ସାଇଜ୍ ଅଫିସର ତାଙ୍କ ବିରୋଧରେ ଇଡି ତଦନ୍ତକୁ ନେଇ ଆପତ୍ତି ଉଠାଇଛନ୍ତି । ଅତିରିକ୍ତ ସଲିଲିଟର ଜେନେରାଲ ଏଶଭି ରାଜୁ ଇଡି ପକ୍ଷରୁ କୋର୍ଟରେ ଯୁକ୍ତି ରଖି କହିଛନ୍ତି, ଇଡି କେବଳ ମଦ ଦୁର୍ନୀତିର ତଦନ୍ତ କରୁଛି । 2019 ରୁ 2022 ମଧ୍ୟରେ ଛତିଶଗଡରେ ବ୍ୟାପକ ମଦ ଦୁର୍ନୀତି ହୋଇଥିବା ଏବଂ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗର ତଦନ୍ତ ଇଡି କରୁଛି ।

LEAVE A REPLY

Please enter your comment!
Please enter your name here