ଛୁଟିରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆସନ୍ତାକାଲି ଓଡିଶା ଫେରୁଛନ୍ତି । ସୋମବାର ଦିନ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ ନେବେ । ଲୋକସେବା ଭବନରେ ନୂଆମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ମନ୍ତ୍ରୀମଣ୍ଡଳରେ ତିନୋଟି ମନ୍ତ୍ରୀ ପଦ ଖାଲି ପଡିଥିବା ବେଳେ ବାଚସ୍ପତି ପଦ ଖାଲି ରହିଛି । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ୍ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ହେଉଛି, ଆରୁଖଙ୍କୁ ପୁଣି ନବୀନ ମନ୍ତ୍ରୀମଣ୍ଡଳରେ ସାମିଲ କରିବେ । ସେହିପରି ସମୀର ରଂଜନ ଦାସ ଓ ଶ୍ରୀକାନ୍ତ ସାହୁ ଏବଂ ନବ ଦାସଙ୍କ ପାଇଁ ତିନୋଟି ପଦ ଖାଲି ପଡିଥିବାରୁ ତିନିଜଣ ନୂଆ ମୁହଁ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ । ତିନି ନୂଆ ମୁହଁ ମଧ୍ୟରେ କାହାକୁ ସାମିଲ କରାଯିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ 2024 ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ କରାଯିବ ।

ନବ ଦାସ ମର୍ଡର ମିଷ୍ଟ୍ରି ଉପରୁ ଲୋକଙ୍କ ନଜର ଏଡାଇବା ପାଇଁ ଝାରସୁଗୁଡାର ନବନିର୍ବାଚିତା ବିଧାୟିକା ତଥା ନବ ଦାସଙ୍କ ଝିଅ ଦିପାଳୀଙ୍କୁ ମନ୍ତ୍ରୀ କରିବାର ସମ୍ଭାବନା ରହିଛି । ସେହିପରି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅରୁଣ ସାହୁଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

LEAVE A REPLY

Please enter your comment!
Please enter your name here