ନବ ଦାସଙ୍କୁ ହତ୍ୟା କରାଯିବାର 118 ଦିନ ପରେ ଚାର୍ଜସିଟ୍ । ଝାରସୁଗୁଡା ଜେଏମଏଫସିଙ୍କ ପାଖରେ କ୍ରାଇମବ୍ରାଞ୍ଚର ତଦନ୍ତ ଅଧିକାରୀ ଚାର୍ଜସିଟ୍ ଦାଖଲ କରିଛନ୍ତି । ମୋଟ 543 ପୃଷ୍ଠାର ଚାର୍ଜସିଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ 302, 307, 27(1) ଦଫା ଲାଗିଛି । ବ୍ୟକ୍ତିଗତ ଶତ୍ରୁତା କାରଣରୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି ।

ତେବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରିଥିଲେ ହେଁ ହତ୍ୟାକାଣ୍ଡ ପଛର କାରଣ ଖୋଜି ପାଇବାରେ କ୍ରାଇମବ୍ରାଞ୍ଚ ସମର୍ଥ ହୋଇପାରି ନାହିଁ । ହତ୍ୟାକାଣ୍ଡ ପଛରେ କି ପ୍ରକାର ଷଡଯନ୍ତ୍ର ହୋଇଥିଲା, ରାଜନୈତିକ ଷଡଯନ୍ତ୍ର କି ବ୍ୟାବସାୟିକ ଶତ୍ରୁତା, କିଛି ବି କାରଣ ଖୋଜି ବାହାର କରିପାରିନାହିଁ କ୍ରାଇମବ୍ରାଞ୍ଚ । ତେଣୁ ଏଭଳି ସ୍ଥିତିରେ କ୍ରାଇମବ୍ରାଞ୍ଚ ଚାର୍ଜସିଟରେ କିଛି ନୂଆ ତଥ୍ୟ ଥିବା ଭଳି ଆଇନ ବିଶାରଦମାନେ ଆଶା କରୁନାହାଁନ୍ତି । ବରଂ ତଦନ୍ତ ଆରମ୍ଭରୁ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ପ୍ରମାଣିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଯଦି କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି ତଥ୍ୟ ଦିଏ, ତେବେ ଗୋପାଳ ଖସି ଯିବାରେ ଅସୁବିଧା ହେବ ନାହିଁ ବୋଲି ଆଇନ ବିଶାରଦମାନେ ଆକଳନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here