ପୁଲଓାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଆଜି ଦେଶବ୍ୟାପୀ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି. ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ଏହି ଡାକରାରେ ଦେଶର ଛୋଟବଡ ସବୁ ବ୍ୟବସାୟୀ ସଂଘ ସାମିଲ ହୋଇଛନ୍ତି. ଦିନତମାମ ଉପବାସ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସଂଘ ନିଷ୍ପତ୍ତି ନେଇଛି. ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ. ତେବେ ଔଷଧ ଦୋକାନ ଓ ପେଟ୍ରୋଲ ଟାଙ୍କିକୁ ଏହି ବନ୍ଦରେ ସାମିଲ କରାଯାଇନାହିଁ , ସର୍ବଭାରତୀୟ ବ୍ୟବସାୟୀ ସଂଘର ଏହି ଡାକରାକୁ ସବୁ ସଂଘ ସମର୍ଥନ କରିଛନ୍ତି.

LEAVE A REPLY

Please enter your comment!
Please enter your name here