ଗଜାନନଙ୍କ ମେଢ ପ୍ରସ୍ତୁତି ହେଉ କି ମୂର୍ତ୍ତି ହେଉ କିଛି ଭିନ୍ନ ଷ୍ଟାଇଲରେ କାରିଗର ମାନେ ଦର୍ଶକଙ୍କୁ ଭେଟିଦିଅନ୍ତି । କିଛି କାରିଗରମାନେ ମର୍ଡନ ଷ୍ଟାଇଲରେ ମଧ୍ୟ ମୂର୍ତ୍ତି ଗଢିଥାନ୍ତି । ତେବେ ପୁଣେରେ ମଧ୍ୟ ଧୁମଧାମରେ ଗଜାନନଙ୍କୁ ପୂଜା କରାଯାଇଛି । ପୁଣେରେ ଏକ ଭିନ୍ନ ଧରଣରେ ଗଣେଶ ମୂର୍ତ୍ତି ତିଆରି କରାଯାଇଛି । ମୂର୍ତ୍ତିଟି ସଂମ୍ପୂର୍ଣ୍ଣ ଭାବରେ ଗୁପଚୁପରେ ତିଆରି ହୋଇଛି । ଏଥିରେ ୧୦ ହଜାର ଗୁପଚୁପ ବ୍ୟବହାର କରାଯାଇଛି । ଏହା ବ୍ୟତିତ କିଛି ବାଉଁଶ କାଠି ମଧ୍ୟ ବ୍ୟବହାର କରିଛନ୍ତି କାରିଗର । କିଛି ଭିନ୍ନ ଧରଣର ଯୋଜନା ବାହାର କରିଥିଲେ ଗଣେଶ ଭେଲ ର ମାଲିକ ରମେଶ ଗୁଡମେୱାର । ତାଙ୍କ ପରିକଳ୍ପନା ଅନୁଯାୟୀ ପ୍ରଶାନ୍ତ ଶାଲୁଙ୍ଖେ ଏହି ମୂର୍ତ୍ତି ନିର୍ମାଣ କରିଥିଲେ । ସେ କହିଛନ୍ତି ଏଥିପାଇଁ ତାଙ୍କୁ ୧୦୦ ଘଣ୍ଟା ଲାଗିଥିଲା । ଗୁପଚୁପ ଗୁଡିକ ଯେମିତି ଅଧିକ ଦିନ ରହିବ ସେଥିପାଇଁ ସେଗୁଡିକୁ କଡା କରି ଛଣା ହୋଇଥିଲା ।

LEAVE A REPLY

Please enter your comment!
Please enter your name here