ପ୍ରଯୋଜକ ସଂଜୟ ନାୟକଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କାଷ୍ଟିଂ କାଉଚ୍ ଅଭିଯୋଗ । ନୂଆ ନୂଆ ଅଭିନେତ୍ରୀଙ୍କୁ ଅଭିନୟର ସୁଯୋଗ ଦେବା ପାଇଁ କହି ସଂଜୟ ନାୟକ ଫସାଉଥିଲେ ବୋଲି ପ୍ରକୃତି ମିଶ୍ର ଏକ ଟିଭି ଇଣ୍ଟରଭ୍ୟୁରେ କହିଥିଲେ । ପ୍ରକୃତି ମିଶ୍ର ଏବଂ ଆଉ ଦୁଇଜଣ ଅଭିନେତ୍ରୀ ଏକ ହ୍ବାଟ୍ସ ଆପ୍ ଗ୍ରୁପରେ ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍ ଚାଲିଥିବା ସଂପର୍କରେ କଥା ହୋଇଥିଲେ । ତିନି ଅଭିନେତ୍ରୀଙ୍କ ଚାଟିଂରେ ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁ ରହିଥିବା ବେଳେ ହ୍ବାଟ୍ସ ଆପ୍ ଚାଟିଂର ସ୍କ୍ରିନ୍ ସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ତାଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଯୋଜକ ସଂଜୟ ନାୟକ ଏଭଳି ଆରୋପକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଏଭଳି ଆରୋପ ଭିତ୍ତିହୀନ । ସେ ଓକିଲଙ୍କ ସହ ପରାମର୍ଶ କରୁଛନ୍ତି ଏବଂ ଖୁବଶୀଘ୍ର ସେ ପ୍ରକୃତିଙ୍କ ବିରୋଧରେ ଅଦାଲତର ଆଶ୍ରୟ ନେବେ । ସଂଜୟ କହିଛନ୍ତି, ପ୍ରକୃତିଙ୍କ ଏଭଳି ଆରୋପ ପଛରେ ବ୍ୟକ୍ତିଗତ ଆକ୍ରୋଶ ରହିଛି । ବାବୁସାନ ଓ ପ୍ରକୃତି ମିଶ୍ର ବିବାଦ ସମୟରେ ସେ ଦେଇଥିବା ମନ୍ତବ୍ୟକୁ ନେଇ କ୍ଷୁବଧ ଥିଲେ ପ୍ରକୃତି । ଏବେ କାଷ୍ଟିଂ କାଉଚ୍ କଥା କହି ସେ ରାଗ ସୁଝାଉଛନ୍ତି ।

LEAVE A REPLY

Please enter your comment!
Please enter your name here