ଜଣେ ସଚିବସ୍ତରର ସରକାରୀ କର୍ମଚାରୀ ହୋଇ ରାଜନୈତିକ ନେତା ଭାବେ ବ୍ୟବହାର ପ୍ରଦର୍ଶନ କରୁଥିଲେ । ଦଳୀୟ ମଞ୍ଚରେ ଉଦବୋଧନ ଦେଉଥିଲେ । ସରକାରୀ ପ୍ରକଳ୍ପ ଘୋଷଣା କରୁଥିଲେ । ଦଳ ଭିତରେ ସବୁ ମନ୍ତ୍ରୀ, ବିଧାୟକ, ସାଂସଦ ଚୁପ୍ ରହିଥିଲେ ବି ବିରୋଧୀ ନାକେଦମ୍ କରିଦେଲେ । ପ୍ରଥମେ ସାଂସଦ ଅପରାଜିତା ଷଡଙ୍ଗୀ, ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ବିଜେପି ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଭଳି ନେତାମାନେ ଜଣେ ସଚିବଙ୍କ ନେତୃତ୍ବରେ ଚାଲିଥିବା ସରକାର ଓଡିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଉପହାସ ବୋଲି ଟୀପ୍ପଣୀ ଦେଲେ । ଫାଇବ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଆଚରଣ ପ୍ରଶାସନିକ ସେବା ରୁଲ୍ସର ଖୋଲାଖୋଲି ଉଲ୍ଲଂଘନ ବୋଲି ଆରୋପ ଲଗାଇଲେ । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ନିକଟରେ ସାଂସଦ ଅପରାଜିତା ଲିଖିତ ଅଭିଯୋଗ କରିବା ପରେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏବେ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ କି ଉତ୍ତର ଦେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here