ବ୍ଲାକରୋଜ୍ ଜାହାଜ ବୁଡି ଘଟଣାର ଗୁମର ସିବିଆଇ ଖୋଲିବା ଆଗରୁ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ଏମିତି କିଛି ନ କହି ନକହି ସେ ଯାହା କହିଛନ୍ତି, ତାହା ବିରୋଧୀଙ୍କୁ ଯେତିକି ଉତ୍ସାହିତ କରିଛି, ନିଜ ଦଳର ନେତାଙ୍କ ମନରେ ସେତିକି ଛନକା ସୃଷ୍ଟି କରିଛି । ମିଡିଆ ଆଗରେ ଦାମୋଦର ଯାହା କହିଛନ୍ତି, ତାହା ହେଉଛି ବ୍ଲାକରୋଜ୍ ବିଷୟରେ ସେ ଯାହା ଜାଣିଛନ୍ତି, ସିବିଆଇ ପଚାରିଲେ ସବୁ କହିଦେବେ । ଯଥା ବ୍ଲାକରୋଜ ଜାହାଜରେ କେଉଁ ସଂସ୍ଥାର ଲୁହାପଥର ଆସୁଥିଲା, ସେ ବ୍ୟାବସାୟିକ ସଂସ୍ଥାର ମାଲିକ କିଏ, କେଉଁ ରାଜନେତା ସଂପୃକ୍ତ, ରପ୍ତାନୀ ହେଉଥିବା ଲୁହାପଥରର ଆବଶ୍ୟକ ଅନୁମତି ଥିଲା କି ନାହିଁ, ଏମିତି ଅନେକ କିଛି । ଖାଲି ସେତିକି ନୁହେଁ, ସବୁଠୁ ବଡ କଥା ହେଉଛି ନିଜ ଦଳର ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ଆଡକୁ ସେ ଅଙ୍ଗୁଳି ଦେଖାଇଛନ୍ତି । ସେ ଯୁବନେତାଜଣଙ୍କ ଯାଜପୁର ଜିଲ୍ଲାର ଏବଂ ଯାଜପୁର ଜିଲ୍ଲାର ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ବେଳେ ସେ କୁଆଡେ ମୁଖ୍ୟମନ୍ତ୍ରୀ ବସିଥିବା ଗାଡି ଚଳାଉଥିଲେ । ଏମିତି ଦଳକୁ କବଜା କରିନେଇଥିବା ଯୁବନେତାମାନେ ଦାମବାବୁଙ୍କୁ ସାଇଡ୍ କରିଦେବା ପରେ ଦାମବାବୁ ମଉକା ଦେଖି ଚଉକା ମାରିବାକୁ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here