15 ରୁ 19 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ କ୍ଷେତ୍ର ସୃଷ୍ଟି ହେଉଥିବାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏପରିକି କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନେ ହେଡକ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାରିଦିନ ଧରି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହେବାର ସମ୍ଭାବନା ରହିଛି । ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇବା ସହ କେତେକ ସ୍ଥାନରେ ବନ୍ୟା ଆଶଙ୍କା ମଧ୍ୟ ରହିଛି । ବର୍ଷାଜନିତ ଯେକୌଣସି ପରିସ୍ଥିର ମୁକାବିଲା ପାଇଁ ସଜାଗ ରହିବାକୁ ଏସଆରସି ସତର୍କ କରାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here