ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଉଛି । ଗାଁଠୁ ସହର ସବୁ ଜଳାର୍ଣ୍ଣବ ହୋଇପଡିଛି । ଏଭଳି ସ୍ଥିତିରେ ଏନଡିଆରଏଫ ଉଦ୍ଧାର କାର୍ଯ୍ୟରେ ଲାଗିବା କଥା । ମାତ୍ର ଗୋଟିଏ ଟିଭି ଚ୍ୟାନେଲର ଜଣେ ମହିଳା ରିପୋର୍ଟର ଏନଡିଆରଏଫ ଟ୍ୟୁବ ସାହାଯ୍ୟରେ ବେକେ ପାଣିରେ ବୁଡି ରିପୋର୍ଟିଂ କରିବା ଏବଂ ମହିଳା ରିପୋର୍ଟରଙ୍କ ରିପୋର୍ଟିଂ ଦୃଶ୍ୟକୁ ଏନଡିଆରଏଫ ଯୁବକ ମୋବାଇଲରେ ରେକର୍ଡ କରିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶ୍ନ ଉଠୁଛି, ଏମିତି ଢଙ୍ଗରେ ରିପୋର୍ଟିଂ କରିବାର କଣ ଆବଶ୍ୟକ ରହିଛି । ପାଣିରେ ବୁଡି, ଲାଇଫ ଜ୍ୟାକେଟ ପିନ୍ଧି, ରବର ଟ୍ୟୁବ ବେକରେ ଗଳେଇ ଯୁବତୀ ରିପୋର୍ଟିଂ କରୁଛନ୍ତି, ନା ମଜା ନେଉଛନ୍ତି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଯୁବତୀଙ୍କୁ ଏମିତି ରିପୋର୍ଟିଂ କରିବାରେ ସହଯୋଗ କରୁଛନ୍ତି ଏନଡିଆରଏଫ । ଜଳମଗ୍ନ ଅଞ୍ଚଳରେ ଲୋକେ ହାହା କାର କରୁଥିବା ବେଳେ ଏନଡିଆରଏଫର ଏବଳି କାର୍ଯ୍ୟକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here