ବିଶ୍ବ ଆଥେଲେଟିକ୍ସରେ ଓଡିଆ ପୁଅ କିଶୋର ଜେନାଙ୍କ ଚମକ । ଜାଭଲିନ ଥ୍ରୋ ଇଭେଣ୍ଟରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି କିଶୋର । ଏହା ପୂର୍ବରୁ ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଥିଲେ ।
ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିବାରେ କିଶୋର ହେଉଛନ୍ତି ପ୍ରଥମ ଓଡିଆ ଆଥେଲେଟିକ୍ । କିଶୋର 80.55 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପୂର୍ବରୁ ନୀରଜ ଚୋପ୍ରା 88.77 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଫାଇନାଲରେ ରହିଛନ୍ତି । ସେହିପରି ଆଉ ଜଣେ ଭାରତୀୟ ଖେଳାଳି ଡି.ପି. ମନୁ ମଧ୍ୟ 81.31 ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି । ତିନିଜଣ ଭାରତୀୟ ଖେଳାଳି ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ । ତେବେ କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ 84.38 ମିଟର ରହିଛି ।

LEAVE A REPLY

Please enter your comment!
Please enter your name here