ଯାହା ଆଶା କରାଯାଉଥିଲା ୟେଇଆ ହେଲା । ବିଧାୟକଙ୍କ ରାସ୍ତାରେ ବାଚ ଓଗାଳିଲେ ବିଜେଡି କର୍ମୀ । 5ଟି ସଚିବ ପାଣ୍ଡିୟାନଙ୍କ ତିନିଦିନିଆ ଗଞ୍ଜାମ ଗସ୍ତକୁ ବିରୋଧ କରୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆଜି ପାଣ୍ଡିୟାନଙ୍କ ଗସ୍ତବେଳେ ଆଜି ସଭାସ୍ଥଳକୁ ଯିବେ ବୋଲି ଘୋଷଣା କରିଥିଲେ ପ୍ରଦୀପ । ଆଜି ପ୍ରଦୀପଙ୍କୁ ବ୍ରହ୍ମପୁର ଭିତରେ ପୁରାଇ ନ ଦେବା ପାଇଁ ଲାଞ୍ଜିପଲ୍ଲୀ ନିକଟରେ ଶହ ଶହ ବିଜେଡି କର୍ମୀ ଓ ସମର୍ଥକ ବିଧାୟକଙ୍କୁ ପ୍ରବଳ ବିରୋଧ କରିଥିଲେ । ବିଧାୟକଙ୍କ ଗାଡି ଉପରକୁ କିଛି ସମର୍ଥକ ଚଢି ଯାଇଥିଲେ । ପ୍ରଦୀପଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଥିଲେ । ଫଳରେ ବିଧାୟକଙ୍କ ସମର୍ଥକ ଓ ବିଜେଡି କର୍ମୀ ତଥା ସଚିବ ପାଣ୍ଡିୟାନଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଯଦିଓ ବିଧାୟକ ନିଜ ଅଞ୍ଚଳକୁ ଯିବା ପାଇଁ ପୂର୍ବରୁ ଜିଲ୍ଲା ଏସପିଙ୍କଠୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଜଣାଇଥିଲେ ହେଁ ପୋଲିସ ତାଙ୍କୁ ସୁରକ୍ଷା ଦେଇ ନ ଥିଲା । ଫଳରେ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀମାନେ ବିଧାୟକଙ୍କ ଗାଡି ଉପରକୁ ପାଣି ବୋତଲ, ଅଣ୍ଡା ଓ ପଥର ମାଡ ହୋଇଥିଲା । ଦୀର୍ଘ ସମୟ ଧରି ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ଏବଂ ଉତ୍ତେଜନା ଲାଗି ରହିଥିଲା । ବିଧାୟକ ପାଣିଗ୍ରାହୀ ଏଭଳି ସ୍ଥିତି ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି । ସେ ଜଣେ ନିର୍ବାଚିତ ଲୋକ ପ୍ରତିନିଧି ହୋଇଥିଲେ ହେଁ ତାଙ୍କ ନିର୍ବାଚନମଣ୍ଡଳୀରେ ବୁଲିବା ପାଇଁ ତାଙ୍କର ସ୍ବାଧୀନତା ନାହିଁ । ଜଣେ ସଚିବଙ୍କ ଗସ୍ତ ପାଇଁ ବିଧାୟକଙ୍କ ଗସ୍ତ ଉପରେ କଟକଣା ଲଗାଯିବା ଗଣତନ୍ତ୍ର ହତ୍ୟା ବୋଲି ସେ କହିଛନ୍ତି । ତିନିଦିନ ପାଇଁ ସଚିବ ପାଣ୍ଡିଆନଙ୍କ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ରମ ଥିବା ବେଳେ ବିଧାୟକଙ୍କୁ ବିରୋଧ କରାଯିବା ଗଞ୍ଜାମ ରାଜନୀତିକୁ ସରଗରମ କରିଦେଇଛି ।

LEAVE A REPLY

Please enter your comment!
Please enter your name here