ଭାରତୀୟ ଟିମର ପୂର୍ବତନ ଖେଳାଳୀ ବିରେନ୍ଦ୍ର ସେୱାଗ୍ ଡିଡିସିଏ କମିଟିରୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି. ସେୱାଗଙ୍କ ସହ ପୂର୍ବତନ ଭାରତୀୟ ଖେଳାଳୀ ଆକାଶ ଚୋପ୍ରା ଓ ରାହୁଲ ସାଂଘବୀ ମଧ୍ୟ ନିଜର ଇସ୍ତଫା ପତ୍ର ଦେଇଛନ୍ତି. ଡିଡିସିଏର ସୂତ୍ର ଅନୁସାରେ, ଏହି ତିନିଜଣଙ୍କର ଇସ୍ତଫାକୁ ଗ୍ରହଣ କରାଯାଇଛି କାରଣ ରାଜ୍ୟ ନିକାୟ ଆସନ୍ତା ଦୁଇ ଦିନ ମଧ୍ୟରେ ସୁପ୍ରିମ କୋର୍ଟଙ୍କ ଆଦେଶକ୍ରମେ ଏକ ନୂଆ ସମ୍ବିଧାନ ପ୍ରସ୍ତତ କରିବ ଯେଉଁଥିରେ ନୂଆ ପ୍ୟାନେଲଙ୍କୁ ନିଯୁକ୍ତ କରିବାର ଆବଶ୍ୟକତା ରହିଛି. ଏହି କ୍ରିକେଟ କମିଟିକୁ ଡିଡିସିଏର ଅଧ୍ୟକ୍ଷ ରଜତ ଶର୍ମାଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିଲା ଓ ଏଥିରେ ସେୱାଗ, ଚୋପ୍ରା ଓ ସାଂଘବୀଙ୍କ ପ୍ରଥମ କାମ ଥିଲା ବିଭିନ୍ନ ଚୟନ ସମିତିକୁ ଚୟନ କରିବା ଏବଂ ନୂଆ କୋଚଙ୍କୁ ଚୟନ କରିବା. ତେବେ  ସେୱାଗ୍ ପ୍ରଭାକରଙ୍କୁ ନିଯୁକ୍ତ ଦେବାକୁ ଚାହୁଁଥିଲେ ମାତ୍ର ଗୈାତମ ଗମ୍ଭୀର ଏହାକୁ ବିରୋଧ କରୁଥିଲେ. ପ୍ରଭାକର 2000 ମ୍ୟାଚ୍ ଫିକ୍ସିଂରେ ସାମିଲ ଥିବାରୁ ଗମ୍ଭୀର ଏହାକୁ ଅସନ୍ତୋଷ ପ୍ରକାଶ କରିଥିଲେ. ଯେଉଁଥିପାଇଁ ସେମାନେ ଇସ୍ତଫା ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here