ବାରବାଟୀରେ ହେବାକୁ ଥିବା ଭାରତ – ଦକ୍ଷିଣ ଆଫ୍ରିକା ଟି ଟୋଣ୍ଟି ମ୍ୟାଚ୍ ଟିକେଟ ବ୍ଲାକରେ ବିକ୍ରି ହେଉଛି । ଓଏଲଏକ୍ସରେ ଚଢା ଦରରେ ବାରବାଟୀ ଟିକେଟ ବିକ୍ରି କରୁଛନ୍ତି ଦଲାଲ । ଖୁଲମ ଖୁଲା ଅନଲାଇନରେ ଟିକେଟ ବିକ୍ରି ପାଇଁ ବିଜ୍ଞାପନ ଦେଉଛନ୍ତି । 700 ଟଙ୍କାର ଟିକେଟକୁ 5 ହଜାର ଟଙ୍କାରେ ବିକ୍ରି କରାଯାଉଛି । ସେହିପରି ଏସି ବକ୍ସ 7 ହଜାରର ଟିକଟକୁ 15000 ଟଙ୍କାରେ ବିକ୍ରି କରିବାକୁ ଦଲାଲ ବିଜ୍ଞାପନ ଦେଇଛନ୍ତି । ଟିକେଟ ବ୍ଲାକ କରୁଥିବା ଅଭିଯୋଗରେ ପୋଲିସ 6 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here