ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ନିଯୁକ୍ତ ହୋଇଥିବା ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମନ୍ୟମ୍ ଆସନ୍ତା ଗୁରୁବାର ଦିନ ପୁରୀ ଆସୁଛନ୍ତି. ତେବେ ସେ ପୁରୀ ଆସି ବିଭିନ୍ନ ପ୍ରକାର ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ଶୁକ୍ରବାର ଓ ଶନିବାର ଦିନ  ଅମିକସ୍ କ୍ୟୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ, ପୁରୀ ନିଶ୍ଚଳାନନ୍ଦ ସରସ୍ୱତୀର ଶଙ୍କରାଚାର୍ଯ୍ୟ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ସଦସ୍ୟଙ୍କ ସହ ବାର୍ତ୍ତାଳାପ କରିବେ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପି.କେ ମହାପାତ୍ର. ଜୁନ୍ 8 ଏବଂ ଜୁଲାଇ 5 ପିଟିସନର ଶୁଣାଣି ପରେ  ମନ୍ଦିର ପ୍ରଶାସନକୁ 12 ଟି ପ୍ରସ୍ତାବକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ.

 

LEAVE A REPLY

Please enter your comment!
Please enter your name here