ଲଗାଣ ବର୍ଷା ପ୍ରଭାବରେ ଭାଙ୍ଗିଲା ଗଙ୍ଗାହର ନଦୀର ଛାତ୍ରମା-ବଡ଼ସାତଶୋଳ ପୋଲ | ତିନୋଟି ପଞ୍ଚାୟତ ସହ ବିଛିନ୍ନ ହୋଇଗଲା ଯୋଗାଯୋଗ | ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତରେ ଥିବା ଗଙ୍ଗାହର ନଦୀର ଛାତ୍ରମା-ବଡ଼ସାତଶୋଳ ପୋଲ | ବୁଧବାର ଦିନ ସକାଳୁ ଏହି ପୋଲ ଭୁଶୁଡି ପଡିଛି | ରାଜ୍ୟ ରାଜପଥ ୧୯ରୁ ପୋଲର ଦୂରତା ୨କିମି ହୋଇଥିବା ବେଳେ ବ୍ଲକ ମୁଖ୍ୟାଳୟ ସହିତ ତିନୋଟି ପଞ୍ଚାୟତର ସିଧାସଳଖ ଯୋଗାଯୋଗ ବ୍ୟାହତ ହୋଇଛି । ପ୍ରତିଦିନ ଏହି ପୋଲ ଦେଇ ବହୁ ମାତ୍ରାରେ ଗାଡି ମଟର ଯିବା ଆସିବା କରୁଥିବା ବେଳେ ପୋଲ ଭାଙ୍ଗି ଯିବା ଫଳରେ ବିଭିନ ଅସୁବିଧାର ସମୁଖୀନ ହୋଉଛନ୍ତି ସ୍ଥାନୀୟ ବାସିନ୍ଦା | ଏସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ଗ୍ରାମୀଣ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଯୋଗାଯୋଗ ହୋଇପରି ନଥିବା କହିଛନ୍ତି |
ମୟୁରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here