ଇଣ୍ଡିଆନ ଆଇଡଲ୍ 14 ରେ ଓଡିଆ ଡାକ୍ତର ରୋହନ ବିଶ୍ବାଳ ଗୋଲ୍ଡେନ ଟିକଟ ସହ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ ଆଇଡଲ୍ ସିଜନ 14ରେ ଡାକ୍ତର ରୋହନ ଲୋକପ୍ରିୟ ଚଳଚ୍ଚିତ୍ର କବିର ସିଂର ସଙ୍ଗୀତ କୈସା ହୁଆ ଗାଇ ସମସ୍ତଙ୍କ ମନକୁ ଛୁଇଁଥିଲେ । ବଲିଉଡର ତିନି ଲୋକପ୍ରିୟ ସଙ୍ଗୀତ ବିଚାରକ ରୋହନଙ୍କ ସଙ୍ଗୀତରେ ଏମିତି ତଲ୍ଲୀନ ହୋଇଯାଇଥିଲେ ଯେ ତାଙ୍କୁ ସେମାନେ ଡାକ୍ତର ସିଙ୍ଗର ନାମରେ ନାମିତ କରିଥିଲେ ।
23ବର୍ଷୀୟ ଡାକ୍ତର ରୋହନ ସମ୍ ହସପିଟାଲର ଶିଶୁ ବିଭାଗରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here