ପଞ୍ଚାୟତରୁ ବ୍ଲକ, ଜିଲ୍ଲା ହେଡକ୍ବାର୍ଟରକୁ ଗଡିଲା ଲକ୍ଷ୍ମୀ ବସ୍ । ସୁଲଭ ମୂଲ୍ୟରେ ସାଧାରଣ ଲୋକେ ଆରାମଦାୟକ ବସ୍ ସେବା ପାଇଲେ । ମାତ୍ର ସରକାର ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିବା ପରେ ଘରୋଇ ବସ୍ ମାଲିକଙ୍କ ଚିନ୍ତା ବଢିଯାଇଥିଲା । ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ସେମାନଙ୍କ ବେଉସା ବୁଡାଇବ ବୋଲି କହିଛନ୍ତି ବସ୍ ମାଲିକ । ସରକାରଙ୍କୁ ବିଚାର କରିବାକୁ ଆବେଦନ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଧିକାରୀଙ୍କ ସହ ଆଲୋଚନା ବି କରିଥିଲେ । ମାତ୍ର ଫଳ ଶୂନ୍ । ସରକାର କୌଣସି ଲିଖିତ ପ୍ରତିଶ୍ରୁତି ଦେଇ ନଥିଲେ । ତେଣୁ ପୂର୍ବ ନିଷ୍ପତ୍ତି ମୁତାବକ ଆସନ୍ତାକାଲିଠାରୁ ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଦଶହରା ଛୁଟି ଥିବାରୁ ଲୋକେ ନିଜ ନିଜ ଘରକୁ ଫେରିବା ପାଇଁ ବ୍ୟାକୁଳ ହେଉଥିବା ବେଳେ ବସ୍ ଧର୍ମଘଟ ସମସ୍ୟା ସୃଷ୍ଟି କରିଛି । ଘରୋଇ ବସ୍ ମାଲିକ ସଂଘ କହିଛି, ଦଶହରା ବେଳେ ଲୋକଙ୍କୁ ହଇରାଣ ହରକତ କରିବାର ଅଭିପ୍ରାୟ ନାହିଁ । ମାତ୍ର ସେମାନଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିଲା ବୋଲି ସେମାନେ କହିଛନ୍ତି । ସଂଘର ଡଧର୍ମଘଟ ଡାକରା ଫଳରେ କାଲିଠୁ ରାଜ୍ୟରେ ପ୍ରାୟ 14 ହଜାର ଘରୋଇ ବସ୍ ସେବା ଠପ୍ ହୋଇଯିବ ।

LEAVE A REPLY

Please enter your comment!
Please enter your name here