ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭିର ଅବପାତରେ ପରିଣତ ହେବା ପରେ ଉତ୍ତର-ପୂର୍ବ ଦିଗ ଆଡକୁ ମୁହାଁଉଛି । ଆସନ୍ତା 6 ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ । ପାରାଦୀପ ଉପକୂଳ ଠାରୁ 360 କିଲୋମିଟର ଦୂରରେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ବେଳେ ଏହା ଉତ୍ତର-ପୂର୍ବ ଦିଗକୁ ମୁହାଁଉଥିବାରୁ ବାତ୍ୟା 25 ତାରିଖରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଘଣ୍ଟାକୁ 13 କିଲୋମିଟର ବେଗରେ ଗତି କରୁଥିବା ବାତ୍ୟା ପାରାଦୀପ ଠାରୁ 200 କିଲୋମିଟର ଦୂରରେ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ବାତ୍ୟା ପ୍ରଭାବରେ ଓଡିଶା ଉପକୂଳରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି 60-70 କିମି ବେଗରେ ବହିବାର ସମ୍ଭାବନା ଥିବା ବେଳେ ସ୍ଥଳଭାଗରେ ପବନର ବେଗ ଅଧିକ ରହିବ ନାହିଁ । ତେବେ ବାତ୍ୟା ଯୋଗୁ ଗୋପାଳପୁର, ଚାନ୍ଦିପୁର ଓ ପାରାଦୀପ ବନ୍ଦରରେ 3 ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଏସଆରସି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବାତ୍ୟାଜନିତ ଯେକୌଣସି ପରିସ୍ଥିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here