ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରହାର । ଆଜି କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଜନସମାବେଶକୁ ଉଦବୋଧନ ଦେଇ ମୋଦୀ ଶବ୍ଦର ପ୍ରହାରରେ ନବୀନଙ୍କୁ ପ୍ରଚଣ୍ଡ କଟାକ୍ଷ କରିଛନ୍ତି । ଓଡିଶାରେ ଗଣତାନ୍ତ୍ରିକ ସରକାର ଚାଲିନାହିଁ । ଲୋକମାନଙ୍କ ଦ୍ବାରା ନିର୍ବାଚିତ ହୋଇ ସରକାରକୁ ଆଉଟସୋର୍ସିଂ କରିଦେଇଛନ୍ତି ନବୀନ । ଏମିତି ଆଉଟସୋର୍ସିଂ ସରକାର କବଳରୁ ମୋ ଓଡିଶାକୁ ବଞ୍ଚାଅ ବୋଲି ଅତି ଭାବପ୍ରବଣତାର ସହ କହିଛନ୍ତି ମୋଦୀ । ଓଡିଆ ଅସ୍ମିତା, ଓଡିଆ ଭାଷା. ଓଡିଆ ସ୍ବାଭିମାନ ଆଜି ସଂକଟରେ ବୋଲି ସେ କହିବା ସହ ଓଡିଶାକୁ ବଞ୍ଚାଇବା ପାଇଁ, ଓଡିଶାର ସ୍ବାର୍ଥରକ୍ଷା ପାଇଁ ସଂକଳ୍ପ ନେବାର ସମୟ ଆସିଛି ବୋଲି ମୋଦୀ ଆହ୍ବାନ ଦେଇଛନ୍ତି । ଗତ ପଚିଶବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ବିନା କାଗଜ ଦେଖି ତିରିଶଟା ଜିଲ୍ଲାର ନାଁ କହିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବଲାଙ୍ଗୀରର କଣ୍ଟାବାଞ୍ଝି ନିର୍ବାଚନମଣ୍ଡଳୀର ଦଶଟି ଗାଁ କହିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ମୋଦୀ ।

LEAVE A REPLY

Please enter your comment!
Please enter your name here